spot_img

ଅପରେସନ୍ ଗ୍ରୀନ୍ କ୍ଲିନ୍ ଜରିଆରେ ଗଞ୍ଜେଇ ଚାଷ ନଷ୍ଟ

ଲମତାପୁଟ ୨୭।୧୦: ଚଳିତ ବର୍ଷ ଅପରେସନ୍ ଗ୍ରୀନ୍ କ୍ଲିନ୍ ଓଡିଶାର ପ୍ରଥମେ ଆରମ୍ଭ କରିଛି କୋରାପୁଟ ପୋଲିସ ।  ପୂର୍ବରୁ  ବ୍ଲୁପ୍ରିଣ୍ଟ  ପ୍ରସ୍ତୁତ କରିଛି ପୋଲିସ ।  ଗୋଇନ୍ଦା ବିଭାଗ ଡ୍ରୋନ୍ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ସ୍ଥାନକୁ ଚିହ୍ନଟ କରିଛି ପୋଲିସ ।  କଡା ସୁରକ୍ଷାରେ ଚଳିତ ବର୍ଷ  ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିବା ଲକ୍ଷ୍ୟ ରଖିଛି ପୋଲିସ ।

ନନ୍ଦପୁର ଏସଡ଼ିପିଓ କହିଛନ୍ତି ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ହେଲେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପଡିବ । ତେଣୁ ଆଜିଠାରୁ ଆରମ୍ଭ କରାଗଲା ଅପରେସନ୍ ଗ୍ରୀନ୍ କ୍ଲିନ୍ । ଚଳିତ ବର୍ଷ ନନ୍ଦପୁର, ପାଡୁଆ ଏବଂ ଲମତାପୁଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ଗଞ୍ଜେଇ ଚାଷ ନଷ୍ଟ କରାଯିବା ଲକ୍ଷ୍ୟ ରଖାଯାଇଛି ।  ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିଲେ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୂର୍ଣ୍ଣ ରୋକ ଲଗାଯାଇପାରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular