ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ କାର୍ରେ ଥିବା ସମସ୍ତ ଯାତ୍ରୀ । ନିଆଁକୁ ଆୟତ କରିଛନ୍ତି ଅଗ୍ନିଶମବାହିନୀ କର୍ମଚାରୀ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ତେବେ ହଠାତ୍ କାର୍ ଟିରେ ନିଆଁ ଲାଗିବା ଦେଖି କାର୍ ରେ ବସିଥିବା ଯାତ୍ରୀ ବାହରକୁ ଚାଲିଆସିଥିଲେ । ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଗାଡିରେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।
ରାସ୍ତା ଉପରେ ଗାଡିଟି ହୁତୁ ହୁତୁ ହୋଇ ଜଳୁଥିବାରୁ କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ସେହି ରାସ୍ତା ଦେଇ ଯିବାକୁ ଭୟ କରି ଫେରିଆସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0