ସାଲେପୁର : ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ । କଟକ ଜିଲ୍ଲା କିଶନନଗର ଥାନା କଟକ-ପାରାଦୀପ ରାସ୍ତା ତତଲାପଦା କୁମ୍ଭାରସାହି ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଜଣେ ମହିଳା ବୋଲି ଜଣପାଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମହିଳାଜଣଙ୍କ ସ୍କୁଟିରେ କଟକ ଆଡୁ ଆସୁଥିବା ବେଳେ ପାରାଦୀପ ପଟୁ ଆସୁଥିବା ଏକ୍ କାର ସାମ୍ନା ପଟୁ ଧକ୍କା ଦେଇଥିଲା । ଯାହାଫଳରେ ମହିଳାଜଣଙ୍କ ଘଟଣାସ୍ଥଳରେ ଗୁରୁତର ଭାବେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରାଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରିବା ସହ ଛାନଭିନ ଜାରି ରଖିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0