spot_img

୩୨ ତମ ଜାତୀୟ ସଡକ ସୁରକ୍ଷା ମାସର ଉଦଯାପନ

ବାଲିଅନ୍ତା: ବୁଧବାର ଥିଲା ୩୨ ତମ ଜାତୀୟ ସଡକ ସୁରକ୍ଷା ମାସର ଉଦ୍ୟାପନୀ ଦିବସ । ଏହି ଅବସରରେ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ମାଷ୍ଟର ଗିରିଜା ମେମୋରିଆଲ ରୋଡ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ, ଫୋରମ ଫର ପ୍ରିଭେନ୍ସନ ଅଫ ରୋଡ ଆସିଡେ, ରାମଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ, ଉକôଳ ଷ୍ଟୁଡେ ଆସୋସିଏସନ ଓ ସୁପ୍ରତିଭା ଅନୁଷ୍ଠାନର ମିଳିତ ସହଯୋଗରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା, ରଙ୍ଗବଜାର, ବାଳକାଟିରେ ଓଙ୍ଗଳ ସୁରକ୍ଷା ଜୀବନ ରକ୍ଷା ଶୀର୍ଷକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ସଡକ ସୁରକ୍ଷା ସଚେତନତା ସୃଷ୍ଟି କରିବା ପାଇଁ ଆଯୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଳକାଟି ଫାଣ୍ଡି ଅଧିକାରୀ ମୁମତାଜ ଅଲ୍ଲି ଖାନ୍ , ସରପଂଚ ଭାଗ୍ୟଧର ନନ୍ଦୀଙ୍କ ସହ ସୁପ୍ରତିଭାର ସମ୍ପାଦକ ବିକାଶ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ସଚେତନତାର ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଗ୍ରାମାଭିମୁଖୀ କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ ସିଏଫଟି ର ପ୍ରତିଷ୍ଠାତା ଅମୀୟ ବାଳା ପରିଡା । ସଚେତନତା ଅଭିଯାନରେ ଅଧିକରୁ ଅଧିକ ଯୁବ ସମାଜକୁ ସାମିଲ କରିବା ପାଇଂ ଆହ୍ୱାନ ଦେଇଥିଲେ ଉକôଳ ଷ୍ଟୁଡେଣ୍ଟଆସୋସିଏସନର ଅଧ୍ୟକ୍ଷ ସୌମ୍ୟ ରଂଜନ ସାମଲ । ଏହାସହ ଦୁର୍ଘଟଣା ଜନିତ ମୃତୁ୍ୟ ସଂଖ୍ୟା କମାଇବା, ଦୁର୍ଘଟଣାରେ ଆକ୍ରାନ୍ତ ବ୍ୟକ୍ତି ବିଶେଷଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular