କଳାହାଣ୍ଡି : କଳାହାଣ୍ଡ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ରୀୟ ଟିମ୍ ସହ ଆରସିସିଏଫ ସୁଦୀପ୍ତ ଦାସ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର, ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ମଧ୍ୟ ରହିଛନ୍ତି। ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ପ୍ରାଥମିକ ରିପୋର୍ଟ ରହିଥିଲେ ହେଁ କେନ୍ଦ୍ରୀୟ ଟିମ୍ ମୃତ୍ୟୁର କାରଣ ନିଜେ ଯାଞ୍ଚ କରିବେ। ଏଣୁ ହାତୀ ମୃତ୍ୟୁ ଅଞ୍ଚଳ ତଥା ହାତୀ ପିଉଥିବା ନାଳ ତଥା ନିକଟସ୍ଥ ଗାଁକୁ ଟିମ୍ ପରିଦର୍ଶନ କରୁଛନ୍ତି । କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକା ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ କରିବେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0