spot_img

ଚଣ୍ଡିଖୋଲ ସର୍ବଭାରତୀୟ କୃଷକ ସଂଗଠନର ପକ୍ଷରୁ ଭାରତ ବନ୍ଦ

ଚଣ୍ଡିଖୋଲ: କେନ୍ଦ୍ର ତୃଟିପୂର୍ଣ ଚାଷୀ ନୀତିକୁ ବିରୋଧ କରି ସର୍ବ ଭାରତୀୟ ସ୍ତରରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଚଣ୍ଡିଖୋଲ ଠାରେ ରାଷ୍ଟ୍ରୀୟ କିଷାନ ମଜଦୂର ସଂଘ, ନବନିର୍ମାଣ କୃଷକ ସଂଙ୍ଘ ଓ କଂଗ୍ରେସ ପକ୍ଷରୁ ଧର୍ମଶାଳା, ଜାରକା,ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥ ବ୍ରାହ୍ମଣୀ ବ୍ରିଜ ଠାରେ ଶାନ୍ତି ପୁର୍ଣ୍ଣ ଧାରଣା ଦିଆଯାଇଛି। କେନ୍ଦ୍ର ସରକାରଙ୍କ କମ୍ପାନୀ ପ୍ରିତି ଓ କୃଷକ ମାରଣ ନୀତି କୁ ବିରୋଧ କରି ଚାଷୀମାନେ ତୀବ୍ର ବିରୋଧ କରୁଥିବାର ଦେଖା ଯାଇଥିଲା ଓ କେନ୍ଦ୍ର ସରକାର ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦିଆଯାଉଥିଲା । ଏହି ସମୟରେ ଦୋକାନ ବଜାର. ଗାଡି ମୋଟର ସ୍ୱାଭାବିକ ଭାବେ ବନ୍ଦ ଥିଲା । ଧାରଣା ଅଂଚଳ ମାନଙ୍କରେ ଶୃଙ୍ଖଳା ରକ୍ଷା କରିବା ପାଇଁ ୧ ପ୍ଲାଟୁନ ପୋଲିସ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଥିବା ଦେଖିବାକୁ ମିଳିଛି। ଏହି ବନ୍ଦ କୁ ବିଭିନ୍ନ ସଂଗଠନ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା

LEAVE A REPLY

Please enter your comment!
Please enter your name here

- Advertisment -

Most Popular