spot_img

ବିନା ଶ୍ରଦ୍ଧାଳୁରେ ଶେଷ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କା: କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପବିତ୍ର ମାଘ ସପ୍ତମୀରେ ଶାନ୍ତିଶୃଙ୍ଖଳା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି । କଟକଣା ମଧ୍ୟରେ ନିର୍ଦ୍ଧାରିତ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିନୀତି କରାଯାଇଛି ।ଗତକାଲି ରାତି ୯ଟା ସମୟରେ ମଧିପୂରର ତ୍ରିବେନିଶ୍ୱର, ସନ୍ତପୁର ଗ୍ରାମର ଐଶାନେଶ୍ୱର , କୁରୁଜଙ୍ଗ ଗ୍ରାମର ମହାପ୍ରଭୁ ଦଖିନେଶ୍ୱରଙ୍କ ବିମାନକୁ ବିଜେ କରି ପାରମ୍ପାରିକ ଶୋଭାଯାତ୍ରାରେ କୋଣାର୍କ ଏନଏସି କାର୍ୟ୍ୟାଳୟ ନିକଟକୁ ନିଆଯାଇଥିଲା। ଏହାପରେ ଭୋର ସାଢେ ୪ଟା ସମୟରେ ମହାପ୍ରଭୁଙ୍କ ମହାସ୍ନାମ ପରେ ସାଧୁସନ୍ଥ ଓ ମହାପ୍ରଭୁଙ୍କ ସେବାୟତ ବୁଡ ପକାଇଥିଲେ । ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହେବାପରେ ଠାକୁର ବାହୁଡାଯାତ୍ରା କରିଥିଲେ ।କୋଭିଡ ପାଇଁ କେନ୍ଦ୍ର ସରକାରଙ୍କ ଫେବୃଆରୀ ମାସ ଏସଓପି ଅନୁଯାୟୀ ପ୍ରଶାସନ ପକ୍ଷରୁ ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଥିଲା। ତେଣୁ ଠାକୁରଙ୍କ ନୀତିକାନ୍ତି ସହ ମାତ୍ର ୫୦୦ ସେବକ ଓ ସାଧୁସନ୍ଥଙ୍କୁ ବୁଡ ପାଇଁ ଅନୁମତି ଦିଆଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular