ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି । ବ୍ରହ୍ମପୁରରୁ ନରସିଂହପୁରକୁ ଆସୁଥିବା ଚୌଧୁରୀ ନାମକ ବସଟି ଫତେପୁର ଥାନା ଦରଦା ନିକଟରେ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଗାଡ଼ିରେ ୫୦ ରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ ୧୫ ରୁ ଉର୍ଦ୍ଧ ଯାତ୍ରୀ ଗୁରୂୁତର ହୋଇଛନ୍ତି । ପରେ ଆହତ ମାନଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରାଥମିକ ଚିକିସôା ପରେ ନୟାଗଡ଼ ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଏବଂ ଡ଼ିଏଫଓ ମେଡ଼ିକାଲ ବୁଲି ଆହତ ମାନେଙ୍କ ସହିତ କଥା ହୋଇ ଦୁର୍ଘଟଣା ବିଷୟରେ ପଚାରି ବୁଝିଥିଲେ । ତେବେ ମୃତକ ଜଣକ ଗାଡ଼ିର ହେଲପର ହୋଇଥିବା ସୂଚନା ମିଳିଛି । ସୁଚନାରୁ ଜଣାଯାଇଛି ଯେ, ରାସ୍ତା କାମ ଚାଲିଥିବାରୁ ବସଟି ଏକ ଗାତରେ ପଡ଼ିଯିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0