ଲକ୍ଷ୍ନୌ ୨୯।୧୦: ଉତ୍ତରପ୍ରଦେଶ ବିଧାନସଭା ଲାଗି ଆଗାମୀ ବର୍ଷ ନିର୍ବାଚନ ହେବ। ଏଣୁ ରାଜ୍ୟରେ ରାଜନୀତି ଏବେ ସକ୍ରିୟ ହୋଇଉଠିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ରାଜ୍ୟମୁହାଁ ହୋଇଛନ୍ତି। ଏହି କ୍ରମରେ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତ କରିବା ସହ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନକୁ ଉଦଘାଟନ କରିଛନ୍ତି। ରାଜ୍ୟରେ ବିରୋଧୀ ଦଳ ନେତା ତଥା ପୂର୍ବତନ ସମାଜବାଦୀ ପାର୍ଟି (ସପା) ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଅଖିଳେଶ ବିଜେପିର କାର୍ଯ୍ୟକ୍ରମକୁ ନେଇ ଦଳ ବିଧାନସଭାରୁ ଅନେକ ପୁରୁଣା ନେତାଙ୍କୁ ଏବେ ବିଦାୟ ଦେବାକୁ ମସୁଧା କରିଥିବା କହିଛନ୍ତି। ଏଣୁ ଅନେକ ନେତାଙ୍କ ଟିକେଟ୍ ଏଥର କଟୁଥିବା ନିଶ୍ଚିତ। ଏହି କ୍ରମରେ ଯଦି ବିଜେପି ପୁରା ଦଳର କାୟା କଳ୍ପ ବି କରିଦିଏ ତେବେବି ଏଥର ବିଧାନସଭା ନିର୍ବାଚନରେ ଜିତିବା ଅସମ୍ଭବ ବୋଲି ଅଖିଳେଶ କହିଛନ୍ତି। ରାଜ୍ୟରେ ବିଜେପି ସରକାରର ୫ ବର୍ଷରେ ହୋଇଛି କଣ ସେ ନେଇ ପ୍ରଶ୍ନ କରିଛନ୍ତି ସପା ନେତା।
ରାଜ୍ୟରେ ସରକାର ଚାଷୀଙ୍କ ଲାଗି ଏତେ ବିକାଶମୂଳକ କାର୍ଯ୍ୟ କରିଛନ୍ତିଯେ ଗାଁ ଗାଁରେ ସରକାରଙ୍କ ଲାଗି ଚାଷୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଅଖିଳେଶ କହିଛନ୍ତି। ସାର ନ ପାଇ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଫସଲ ବିକି ନପାରି ଚାଷୀ ଖେତରେ ନିଆଁ ଲଗାଇଥିବାର ଅଭିଯୋଗ କରିଛନ୍ତି ଅଖିଳେଶ। ସେହିପରି ବିକାଶ କଥାରେ ମଧ୍ୟ ଯୋଗୀ ସରକାରଙ୍କୁ ଅଖିଳେଶ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ସପା ସରକାର ଦେଶର ସର୍ବ ବୃହତ୍ତ ଏକ୍ସପ୍ରେସ୍-ୱେ ନିର୍ମାଣ କରାଇଥିଲେ। ପରବର୍ତ୍ତି ସରକାର ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ମଣ୍ଡି କରିବାର ଥିଲା। ହେଲେ ଏଥିପ୍ରତି ସରକାରଙ୍କ ଧ୍ୟାନ ଗଲା ନାହିଁ। ଫଳରେ ମଣ୍ଡି ଅଭାବ ଯୋଗୁ ଚାଷୀଙ୍କୁ ନିରାଶ ହେବାକୁ ପଡିଲା ବୋଲି କହିଛନ୍ତି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0