କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ବିଭିନ୍ନ ଗାଁର ଲୋକେ କୋଭିଡ ଟୀକା ନେବା ପାଇଁ ରାଜି ହେଉ ନଥିବା ଦେଖି ବ୍ଳକ ପ୍ରଶାସନ,ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,୧୫୧ ବାଟାଲିୟନ ବିଏସଏଫ ଏବଂ ସି ୱାଇ ଏସ ଡ଼ି ପ୍ରୟାସ ପକ୍ଷରୁ ମିଳିତ ଭାବେ ଶତ ପ୍ରତିଶତ ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପଞ୍ଚାୟତ ସ୍ତରରେ କୋଭିଡ ଓ କୋଭିଡ ଟୀକା କରଣ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସହର ପରିକ୍ରମା କରି ଲୋକଙ୍କୁ ସଚେତନତା କରାଯାଇଥିଲା ।ଏହି ସଚେତନତା କାର୍ଯ୍ୟକ୍ରମ ରେ କୋଭିଡ ଲକ୍ଷଣ, ଟେଷ୍ଟିଙ୍ଗ, ଚିକିତ୍ସା, କୋଭିଡ ଟୀକାକରଣ ଏବଂ ଟୀକାକରଣ ପରେ କୋଭିଡ ନିୟମ ମାନି ଚଳିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0