ଭୁବନେଶ୍ୱର : କୋଭିଡ ପରେ କଳାହାଣ୍ଡି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗଳପୁରରେ ବହୁ ପ୍ରତୀକ୍ଷିତ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦଘାଟନ କରିଛନ୍ତି । କଳାହାଣ୍ଡିବାସୀଙ୍କୁ ଏହି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୫ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗତ ବର୍ଷ ସେପ୍ଟେମ୍ବର ମାସରେ ଶେଷ ହୋଇଛି । ଏଥିରେ ୯୮୬ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହା ଜୟପାଟଣା, କୋକସରା ଓ ଧର୍ମଗଡ଼ର ୨୫୨୭୪ ଦଶମିକ ୯୪ ହେକ୍ଟର ଜମିକୁ ଜଳସେଚିତ କରିବ।
ଏହା ଦ୍ବାର ୩୯ଟି ପଞ୍ଚାୟତ ୫୦ ହଜାର ୪୦୬ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ବାରା ୩୦ ଦଶମିକ ୫ ମିଟର ସ୍ଥାନକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇପାରିବ। କଳାହାଣ୍ଡି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ୨ ହଜାର ୮୫ କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୪ କୋଟି ୮୬ ଲକ୍ଷ ଟଙ୍କାର ୫୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ୧ ହଜାର ୨୦ କୋଟି ୩୪୭ ଲକ୍ଷ ଟଙ୍କାର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର ସାଲେଭଟା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ, ଚମ୍ପାଦେଈପୁର ବୃହତ ଉଠାଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଟେରାଙ୍ଗସିଲ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ, ସାନ୍ଦୁଲ ବୃହତ୍ ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଶୀପୁର ୨୨୦-୩୩ କେଭି ଗ୍ରୀଡରୁ ଏକ ବିକଳ୍ପ ୩୩ କେଭି ଫିଡର୍ ଲାଇନ ଥୁଆମୂଳ ରାମପୁରକୁ ସଂଯୋଗ କରିବ । ଏଥିପାଇଁ ୪ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ ୫୨ କୋଟି ଟଙ୍କାରେ ୧୩୨-୩୩ କେଭି ଗ୍ରୀଡ ସବଷ୍ଟେସନ, ଦଶପୁରରୁ ମଖଲା ପର୍ୟ୍ୟନ୍ତ ତେଲନଦୀ କୂଳରେ ୧୧ କେଭିର କୃଷି ଫିଡର୍ ଲାଇନ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0