କଟକ : ୟୁ ହାବ୍ ଡନ୍ ଏ ଗୁଡ୍ ଜବ୍, ପ୍ରଶାସନର କାମକୁ ପ୍ରଶଂସା କରି ପାଖରେ ଉପସ୍ଥିତ ଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ । ତାଳଦଣ୍ଡା କେନାଲ ଦୁଇ ପଟର ଉନ୍ନତିକରଣ ଓ ସହରର ସୌନ୍ଦର୍ଯ୍ୟକରଣ କାମକୁ ମୁଖ୍ୟମନ୍ତ୍ରୀ ବେଶ୍ ପ୍ରଶଂସା କରିଥିଲେ ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ ସମୟରେ ଯୋବ୍ରା ବ୍ୟାରେଜ ଛକଠାରୁ ଏସସିବି ମେଡିକାଲ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ଅନୁଧ୍ୟାନ କରିଥିଲେ। ଏହାସହ ତାଳଦଣ୍ଡା କେନାଲ କଡରେ ହେଉଥିବା ସୌନ୍ଦର୍ଯ୍ୟକରଣ କାମକୁ ମଧ୍ୟ ଦେଖିଥିଲେ। ଯୋବ୍ରା ବ୍ୟାରେଜ ଛକ ନିକଟରେ ଆଇ ଲଭ୍ କଟକ ସେଲଫି ପଏଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ଉଠାଇଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0