ଚିଲିକା: ଯାତ୍ରୀମାନଙ୍କ ସୁବିଧା ପାଇଁ ଚିଲିକା ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଭସା ପୋଲ ଗତକାଲି ଚିଲିକା ଜହ୍ନିକୁଦା ଘାଟରେ ବୁଡ଼ିଥିବା ଜଣାଯାଇଛି। ଏହି ଭସା ପୋଲରେ ପାଣି ପଶୁଥିବାରୁ ତାହା ଅର୍ଦ୍ଧାଧିକ ଅଂଶ ବୁଡ଼ିଗଲାଣି। ଗତକାଲି ସନ୍ଧ୍ୟାରେ ଫେରିବା ପରେ ଜହ୍ନିକୁଦା ଘାଟରେ ଭସା ପୋଲଟି ବନ୍ଧାଯାଇଥିଲା। ହେଲେ ତାହା ମଧ୍ୟରେ ପାଣି ପଶୁଥିବାରୁ ଭସା ପୋଲର ଅଧାରୁ ଅଧିକ ଅଂଶ ବୁଡ଼ିଗଲାଣି । ଏହି ପୋଲ ଜହ୍ନିକୁଦାରୁ ସାତପଡ଼ା ଗମନାଗମନ କରୁଥିବା ବେଳେ ଏହା ଉପରେ ୧୪ଟି ପଞ୍ଚାୟତର ୯୦ ଗ୍ରାମବାସୀ ନିର୍ଭର କରିଥାନ୍ତି। କିନ୍ତୁ ଏବେ ଏହି ପୋଲଟି ବୁଡ଼ିଯିବାରୁ ଦୁର୍ଘଟଣାର ଆଶଙ୍କା ରହିଛି ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0