ବିଶ୍ୱର ସବୁଠୁ ଶକ୍ତଶାଳୀ ଦେଶ ଆମେରିକାର ଆୟୋଜନ କରୁଛି ‘ମହାସମ୍ମିଳନୀ’। ଲୋକତନ୍ତ୍ର ଉପରେ ଚର୍ଚ୍ଚାକୁ ନେଇ ଆସନ୍ତା ୯ ଏବଂ ୧୦ ଡିସେମ୍ବରରେ ଆମେରିକା କରିବାକୁ ଯାଉଛି ଭର୍ଚୁଆଲ ସମ୍ମିଳନୀ। ଏଥିପାଇଁ ୧୧୦ ଦେଶକୁ ବାଇଡେନ୍ ସରକାର ଆମନ୍ତ୍ରିତ କରିଛନ୍ତି। ତେବେ ଏହି ୧୧୦ ଦେଶରୁ ବାଦ୍ ପଡିଛି ଚୀନ୍। ସେହିପରି ନାଟୋ ସଦସ୍ୟ ତୁର୍କୀକୁ ମଧ୍ୟ ମିଳିନି ନିମନ୍ତ୍ରଣ। ତେବେ ଚୀନର ପଡ଼ୋଶୀ ରାଷ୍ଟ୍ର ତାଇୱାନକୁ କିନ୍ତୁ ନିମନ୍ତ୍ରଣ ମିଳିଛି। ଗଣତନ୍ତ୍ର ଉପରେ ଭର୍ଚୁଆଲ୍ ସମ୍ମିଳନୀରେ ଯୋଗ ଦେବାକୁ ଥିବା ନିମନ୍ତ୍ରଣ ତାଲିକାରେ ଅଧିକାଂଶ ପାଶ୍ଚାତ୍ୟ ଦେଶ ଥିଲେ ମଧ୍ୟ ଇରାକ୍, ଭାରତ ଓ ପାକିସ୍ତାନ ଆଦି ରାଷ୍ଟ୍ରଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ଶତ୍ରୁ ଚୀନ୍କୁ ଏହି ମହାସମ୍ମଳନୀକୁ ନିମନ୍ତ୍ରଣ ଦିଆଯାଇ ନାହିଁ, କିନ୍ତୁ ତାଇୱାନ୍ କୁ ଦିଆଯାଇଛି। ଯାହାଫଳରେ ବେଜିଂ ରାଗିବା ସ୍ୱାଭାବିକ। ଆମେରିକାର ବୈଦେଶିକ ବିଭାଗର ୱେବସାଇଟରେ ପ୍ରକାଶିତ ଦେଶ ତାଲିକାରେ ଋଷର ନାମ ମଧ୍ୟ ନଥିବାବେଳେ ଦକ୍ଷିଣ ଏସିଆ ଅଞ୍ଚଳ, ଆଫଗାନିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଦେଶ ମଧ୍ୟ ଏହି ତାଲିକାରୁ ବାଦ ପଡିଛନ୍ତି। ଏହା ବ୍ୟତିରକେ, ଡୋନାଲ୍ଡ୍ ଟ୍ରମ୍ପଙ୍କ ଦୃଢ଼ ସମର୍ଥକ ଥିବା ଉଗ୍ର ଦକ୍ଷିଣପନ୍ଥୀ ଜାଇର୍ ବୋଲ୍ସୋନାରୋଙ୍କ ଶାସନାଧୀନ ବ୍ରାଜିଲ୍କୁ ମଧ୍ୟ ଉକ୍ତ ସମ୍ମିଳନୀକୁ ବାଇଡେନ୍ ନିମନ୍ତ୍ରଣ କରିଛନ୍ତି। ମାନବ ଅଧିକାର ରେକର୍ଡ ସମ୍ବନ୍ଧରେ ‘ୟୁରୋପୀୟ ସଂଘ’ ସହ ଉତ୍ତେଜନା ଲଗାଇ ରଖିଥିଲେ ସୁଦ୍ଧା ୟୁରୋପୀୟ ଦେଶ ପୋଲାଣ୍ଡକୁ ଉକ୍ତ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0