୨୦୧୯ରେ ଗୌତମ ଗମ୍ଭୀର ‘ବିଜେପି’ ଟିକେଟରେ ପୂର୍ବ ଦିଲ୍ଲୀ ଆସନ ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ସେ ଭାରତୀୟ କ୍ରିକେଟ୍ ଟିମ୍ରେ ୧୫ ବର୍ଷ ଧରି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ତେବେ ସେ ଏବେ ଥାନାକୁ ଆସିଛନ୍ତି ଅଭିଯୋଗ ନେଇ | ‘ଆଇଏସ୍ଆଇଏସ୍-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀର ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଛନ୍ତି ବୋଲି ପୁଲିସସୂତ୍ରରୁ ପ୍ରକାଶ। ମଙ୍ଗଳବାର ରାତିରେ ଗମ୍ଭୀର ଥାନାରେ ଅଭିଯୋଗ କରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0