spot_img

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କ୍ଷୁବ୍ଧ ହେଲେ ଚୀନର ‘ବ୍ୟାଟ୍ ୱିମ୍ୟାନ୍’

ଭୁବନେଶ୍ୱର: ଆମେରିକାର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ କୋରନା ଭାଇରସ୍ ବ୍ୟାପିବାରେ ଚୀନର ହାତ ଥିବା ବୟାନ ଦେବାପରେ ଚୀନର ‘ବ୍ୟାଟ୍ ୱିମାନ୍’ କ୍ଷୋଭ ପ୍ରକାଶ କରିଛନ୍ତି । ସେ କରୋନା ଭାଇରସ୍ ବୁହାନ୍ ଲ୍ୟାବ୍ ସହ ଜଡ଼ିତ ଥିବା କଥାକୁ ଅସ୍ୱିକାର କରିଛନ୍ତି । ଏହାସହ ଟ୍ରମ୍ପଙ୍କୁ ଏହି ବୟାନ୍ ପାଇଁ କ୍ଷମା ମାଗିବାକୁ କହିଛନ୍ତି । ବୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଉପନିଦେ୍ର୍ଦଶକ ଶି ଜେଙ୍ଗଲି ସାଇନ୍ସ ମାଗାଜିନରେ ପ୍ରକାଶିତ ଏକ ସାକ୍ଷାତକାରରେ କହିଛନ୍ତି ଗତ ବର୍ଷ ଡିସେମ୍ବରରେ ଯେତେବେଳେ ସହରରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ସେତେବେଳେ ସେ ଏବଂ ତାଙ୍କ ସହକର୍ମୀମାନେ ଏହି ରୋଗର ସମ୍ମୁଖୀନ ହୋଇଥିଲେ। ଏହା ପୂର୍ବରୁ ଲ୍ୟାବରେ ଏହି ଭାଇରସ ସମ୍ପର୍କରେ କୌଣସି ଅଧ୍ୟୟନ ହୋଇନଥିଲା କି ସେମାନଙ୍କ ନିକଟରେ ଏହି ଭାଇରସ ସଂପର୍କରେ କୌଣସି ତଥ୍ୟ ନଥିଲା । ଜୁଲାଇ ୨୪ ତାରିଖରେ ପ୍ରକାଶିତ ଏକ ଆର୍ଟିକଲରେ ସେ କହିଥିଲେ, ଟ୍ରମ୍ପ ଦେଇଥିବା ବୟାନ ଏହା ସମ୍ପୂର୍ଣ ବିରୋଧୀ ଏବଂ ତାଙ୍କର ଏକାଡେ଼ମିକ କାର୍ୟ୍ୟ ତଥା ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ । ସେଥିପାଇଁ ତାଙ୍କୁ କ୍ଷମା ମାଗିବା ଉଚିତ ।
ବୁହାନ୍ ଇନଷ୍ଟିଚ୍ୟୁଟରୁ ଝଇଜଝ-ଉକ୍ଟଠ-୨ ଲିକ୍ ହୋଇଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି । ଏହାପରେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ବିଗିଡିଯିବାରୁ କରୋନା ଭାଇରସର ଉତ୍ପତ୍ତି ଏକ ରାଜନୀତିକ ପ୍ରସଙ୍ଗ ହୋଇଯାଇଛି । କୋଭିଡ -୧୯ କୁ ବାରମ୍ବାର “ଚାଇନା ଭାଇରସ” ବୋଲି କହୁଥିବା ଟ୍ରମ୍ପ ଏବଂ ଆମେରିକାର ବୈଦେଶିକ ସଚିବ ମାଇକେଲ ପୋମ୍ପିଓ ବୁହାନ ଲ୍ୟାବ ଏବଂ କରୋନା ଭାଇରସ ମଧ୍ୟରେ ଲିଙ୍କ୍ ଥିବା କହିଛନ୍ତି । କିନ୍ତୁ ଏପର୍ୟ୍ୟନ୍ତ ଏହାର କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ ଜ୍ଝ
ବ୍ୟାଟ୍ ୱିମେନ୍ ଯିଏ କରୋନା ଭାଇରସ୍ ଉପରେ କାମ କରୁଛନ୍ତି ସେ ପୂର୍ବରୁ ହିଁ ଭାଇରସ୍ ଏବଂ ଲ୍ୟାବ ମଧ୍ୟରେ ଥିବା କୌଣସି ଲିଙ୍କକୁ ଖାରଜ କରିଥିଲେ । ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସର ଉତ୍ପତ୍ତି ବିଷୟରେ ଅନୁଧ୍ୟାନ କରିବା ପାଇଁ ଚୀନକୁ ଏକ ଗବେଷକ ଦଳ ପଠାଉଛନ୍ତି ଜ୍ଝ

LEAVE A REPLY

Please enter your comment!
Please enter your name here

- Advertisment -

Most Popular