ୱାଶିଂଟନ: ଚୀନକୁ ବଡ ଝଟକା ଦେଲେ ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ନିର୍ବାଚିତ ହେବା ପରେ ଚୀନ ସହିତ ବାଣିଜ୍ୟିକ ସହିତ ସାମଗ୍ରିକ ସମ୍ପର୍କ ସୁଧୁରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବାଇଡେନ୍ଙ୍କ ସଦ୍ୟ ମନ୍ତବ୍ୟ ଏହାକୁ ଭୁଲ ପ୍ରମାଣିତ କରିବ ବୋଲି ଆଲୋଚନା ହେଉଛି। ବାଇଡେନ୍ କହିଛନ୍ତି, ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଚୀନରୁ ଆମଦାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ଲଗାଯାଇଥିବା ଶୁଳ୍କକୁ ତୁରନ୍ତ ହଟାଇବେ ନାହିଁ। ଟ୍ରମ୍ପ ସରକାରଙ୍କ ଦ୍ବାରା ଚୀନ ସହିତ ହୋଇଥିବା ପ୍ରାରମ୍ଭିକ ବାଣିଜ୍ୟିକ ଚୁକ୍ତିକୁ ବର୍ତ୍ତମାନ ରଦ୍ଦ କରିବେ ନାହିଁ। ଆମେରିକାର ଭୂ-ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ସହିତ ଭବିଷ୍ୟତର ଆଲୋଚନାରେ ନିଜର ଫାଇଦାକୁ ଅଧିକ ଗୁରୁତ୍ଵ ଦେବେ ବୋଲି ବାଇଡେନ୍ କହିଛନ୍ତି। ଅନ୍ୟପଟେ ନ୍ୟୁୟର୍କ ଟାଇମ୍ସର ସ୍ତମ୍ଭକାର ଥୋମାସ୍ ଫ୍ରିଡ୍ମ୍ୟାନଙ୍କ ସହିତ ଆଲୋଚନା ସମୟରେ ବାଇଡେନ୍ କହିଛନ୍ତି, ମୁଁ ତତ୍କାଳ କୌଣସି ପଦକ୍ଷେପ ନେବାକୁ ଯାଉନାହିଁ ଏବଂ ଶୁଳ୍କ ପ୍ରସଙ୍ଗରେ ବି ଏହି ନୀତି ଆପଣାଇବି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0