spot_img

ତାଇୱାନ ଆକାଶରେ ଚୀନର ଜେଟ୍‌

ତାଇୱାନ ଉପରେ ନିଜର ଆଧିପତ୍ୟ ଜାହିର କରିବାକୁ ବରାବର ଅପଚେଷ୍ଟା କରିଆସୁଛି ଚୀନ । ଚୀନର ସାମରିକ ବିମାନଗୁଡିକ ଲଗାତର ତାଇୱାନ ଆକାଶ ସୀମା ଲଂଘନ କରି ଉଡାଣ କରୁଛନ୍ତି । ତାଇୱାନ ଲଢୁଆ ବିମାନଗୁଡିକ ସେମାନଙ୍କୁ ତଡିବା ପରେ ସେମାନେ ପଳାଇ ଯାଉଛନ୍ତି । ଏହା ଏକପ୍ରକାର ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏହାକୁ ନେଇ ୱାଶିଂଟନ ପକ୍ଷରୁ ବାରମ୍ବାର ଚିନ୍ତା ପ୍ରକଟ କରାଯାଉଥିଲେ ମଧ୍ୟ ଚୀନ ଏଭଳି ନୀଚ କାର୍ଯ୍ୟରୁ ନିବୃତ୍ତ ହେଉନାହିଁ । ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚୀନର ଲଢୁଆ ବିମାନଗୁଡିକ ତାଇୱାନ ଆକାଶ ସୀମା ମଧ୍ୟକୁ ପ୍ରବେଶ କରିବା ପରେ ସେମାନଙ୍କୁ ସତର୍କ କରାଇ ଦିଆଯାଇଥିଲା । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଚୀନ ପକ୍ଷରୁ ତାଇୱାନ ନିକଟରେ ଏଭଳି ଉସୁକାଇବା ଭଳି ସାମରିକ କାର୍ଯ୍ୟକଳାପ ଅତ୍ୟନ୍ତ ଚିନ୍ତାଜନକ ହୋଇଛି । ଏହାଦ୍ୱାରା ତାଇୱାନରେ ଅସ୍ଥିରତା ପରିସ୍ଥିତି ସୃଷ୍ଟି କରିବାକୁ ଚୀନ ଉଦ୍ୟମ କରୁଛି । ଏହା ପୂର୍ବରୁ ଗତବର୍ଷ ଚୀନର ରେକର୍ଡ ସଂଖ୍ୟକ ୩୮୦ଟି ବିମାନ ତାଇୱାନ ଆକାଶ ସୀମା ଲଂଘନ କରିଥିଲେ । ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଏହା ୬୦୦ ଟପିଗଲାଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular