ଜୟପୁର : ବଡ଼ଦିନ ପାଇଁ ଉତ୍ସବମୁଖର ହୋଇଉଠିଛି ଜୟପୁର ସହର ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀମାନେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିବ ପାଳନ କରିବାକୁ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁ ସାମନ୍ୟ ଫିକା ପଡ଼ିଛି ବଡ଼ଦିନ ପର୍ବ ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଜୟପୁର ସ୍ଥିତ ଗିର୍ଜାକୁ ରଙ୍ଗିନ ଆଲୋକ , ଖ୍ରୀଷ୍ଟମାସ ଟ୍ରି , ଆଦିରେ ସୁନ୍ଦର ଭାବେ ସଜା ଯାଇଥିଲେ ବି ଶ୍ରଦ୍ଧାଳୁଙ୍କ ସମାବେଶ ଉପରେ ରହିଛି କଟକଣା । ନିଜ ନିଜ ଘରେ ବଡ଼ଦିନ ପର୍ବ ପାଳନ କରିବା ପାଇଁ ମନସ୍ଥ କରିଛନ୍ତି ଲୋକେ କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଗିର୍ଜାରେ ମାତ୍ର ୧୦୦ରୁ ୧୫୦ ଶ୍ରଦ୍ଧାଳୁଙ୍କୁ ନେଇ ଦୁଇଥର ସାମୁହିକ ପ୍ରାର୍ଥନା ଆୟୋଜନ କରାଯାଇଥିବା ବଳେ ମଧ୍ୟରାତ୍ରୀ ଉପାସନା ବାତିଲ କରାଯାଇଛି । ଗୀର୍ଜାରେ ନୀତି ନିୟମରେ ଯୀଶୁଙ୍କ ପୂଜାର୍ଚ୍ଚନା ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଖ୍ରୀଷ୍ଟ ଧର୍ମମାବଲମ୍ବୀ ଭାଇଭଉଣୀମାନେ ନୂଆ ନୂଆ ଆକର୍ଷଣୀୟ ପୋଷାକ ପରିଧାନ କରି ନିଜ ନିଜ ବାସଗୃହରେ ମହାଆନନ୍ଦରେ ବଡ଼ଦିନ ଉତ୍ସବ ପାଳନ କରୁଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0