spot_img

୪୦ ଭାରତୀୟ ନାବିକ ଜଳବନ୍ଦୀ

ନୂଆଦିଲ୍ଲୀ: ଚାଇନା ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବିବାଦ । ଫଳରେ ୪୦ ଭାରତୀୟ ନାବିକ ଚାଇନା ସାଗରରେ ଦୀର୍ଘ ୪ ମାସ ଧରି ଭାସମାନ ଅବସ୍ଥାରେ ଜଳବନ୍ଦୀ ହୋଇ ରହିଛନ୍ତି । ସେମାନେ ଅଗଷ୍ଟରେ ଅଷ୍ଟ୍ରେଲିଆରୁ କୋଇଲା ବୋଝେଇ କରି ଚାଇନା ଅଭିମୁଖେ ବାହାରିଥିଲେ । ମାତ୍ର ଚାଇନା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ଯୋଗୁ ନାବିକମାନଙ୍କୁ ସମ୍ପୃକ୍ତ ଜାହାଜ କମ୍ପାନୀ ବଦଳାଇ ପାରୁନାହିଁ । କୂଳକୁ ଯିବାକୁ ଜାହାଜକୁ ଅନୁମତି ଦିଆଯାଉ ନାହିଁ । ଯଦି ଜାହାଜକୁ କୌଣସି ଦୂର ସ୍ଥାନକୁ ନେବାକୁ ଉଦ୍ୟମ କରାଯାଏ ତେବେ ସୀମା ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଗିରଫ ମଧ୍ୟ କରାଯିବାର ଆଶଙ୍କା ରହିଛି । କରୋନା ସଂକ୍ରମଣ ଯୋଗୁ ଚାଇନା ଓ ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଦେଖାଦେଇଛି । ଏହାଯୋଗୁ ଅଯଥାରେ ଭାରତୀୟ ନାବିକ ଦଳ ହଇରାଣ ହେଉଛନ୍ତି । ବର୍ତ୍ତମାନ ନାବିକ ଦଳ ତରଫରୁ ଘରକୁ ଫେରିବା ପାଇଁ ଗୌରବ ସିଂ ଭାରତସରକାରଙ୍କ ସହାୟାତା ଲୋଡି ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular