ବାଲେଶ୍ୱର: ମାରଣାସ୍ତ୍ର ଧରି ଗାଁଦାଣ୍ଡକୁ ଓହ୍ଲାଇଲେ ଦୁର୍ବୃତ୍ତ। ବିଚ ରାସ୍ତାରେ ମାରପିଟ ଓ ହାତାହାତି। ବାଇକରେ ଆସି ଗାଁ ଭିତରେ ଦୁଇ ଯୁବକ ଦେଖାଇଲେ ବନ୍ଧୁକ। ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ଘଟିଛି କିଛି ଏଭଳି ଘଟଣା। ଯାହାର ଭିଡିଓ ଭାଇରାଲ ହୋଇଛି। ସୂଚନା ମୁତାବକ ଗାଁରେ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ଲାଇନ ନ ଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଗୋଟିଏ ଗୋଷ୍ଠୀର ୨ ଜଣ ଯୁବକ ଗାଁ ଭିତରକୁ ବାଇକରେ ଆସି ଅନ୍ୟ ଏକ ଗୋଷ୍ଠୀକୁ ବନ୍ଧୁକ ଦେଖାଇଥିଲେ। ଏପରିକି ଅସଭ୍ୟ ଭାଷାରେ ଗାଳି ଗୁଳଜ ସହ ମାରପିଟ ମଧ୍ୟ ହୋଇଥିଲା। ଏହାର ଭିଡଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରୁ କେହି ବି ମୁହଁ ଖୋଲୁନାହାନ୍ତି। ସଦର ଏସଡିପିଓ କହିଛନ୍ତି, ବନ୍ଧୁକ ଦେଖାଇଥିବା ଦୁଇ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0