spot_img

ଆଜି ଶହୀଦ ଜୟୀ ରାଜଗୁରୁଙ୍କ ପବିତ୍ର ଶ୍ରାଦ୍ଧ ଦିବସ

ଅବହେଳିତ ହୋଇପଡିଛି ବୀର ପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳ । ଗଦା ଗଦା ଅଳିଆ ସହ ମହ ବୋଲତରେ ଭର୍ତ୍ତି ହୋଇଯାଇଛି ସ୍ମାରକୀ ପୀଠଗୁଡିକ । ଏଥିପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ । ରାଜ୍ୟ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟ ଏସବୁ କଥା ଭୁଲିଗଲାଣି । ଆଜି ଭାରତ ମୁକ୍ତି ଆନେ୍ଦାଳନର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ପବିତ୍ର ଶ୍ରାଦ୍ଧ ଦିବସ । ମାତ୍ର ଏହି ଅବସରରେ ବୀର ପୁରୁଷଙ୍କୁ ମନେପକେଇବାକୁ ସତେଯେମିତି କାହା ପାଖରେ ସମୟ ନାହିଁ । ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଗଦା ଗଦା ଅଳିଆ ଆବର୍ଜନା ପଡିରହିଥିଲା । ପୂଜ୍ୟପୂଜା ସଂସ୍କୃôତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ ସେଠାରେ ପହଁଞ୍ଚି ନିଜେ ହାତରେ ଝାଡୁ ଧରି ଏହାକୁ ସଫା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular