ଭୁବନେଶ୍ୱର: ବରିଷ୍ଠ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଦିଆଯାଇପାରେ ବାଧ୍ୟତାମୂଳକ ଅବସର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ଅଭୟ ଅତ୍ୟାଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର ହୋଇଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିଉ ବୋଲି ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ବାଧ୍ୟତାମୂଳକ ଅବସର ଯାହା ସର୍ବ ଭାରତୀୟ ସେବା ଅଧିକାରୀଙ୍କ ପ୍ରତି କଡ଼ା କାର୍ଯ୍ୟନୁଷ୍ଠାନ ହେବ । ତେବେ ରାଜ୍ୟ ସରକାରଙ୍କ ଏପରି ନିଷ୍ପର୍ତ୍ତି ରାଜ୍ୟର ପ୍ରଥମ ଘଟଣା।
ପୂର୍ବରୁ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତଙ୍କ ଘରେ ରେଡ଼ କରାଯାଇଥିଲା । ଏହାସହ ଭିଜିଲାନ୍ସ ପକ୍ଷରୁ ଦେଶରେ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସଂପର୍ତ୍ତି ଉପରେ ରେଡ଼ କରାଯାଇଥିଲା । ଏହି ସମୟରେ ଅଭୟଙ୍କ ସଂପର୍ତ୍ତି ୪୩୫ ପ୍ରତିଶତ ଅଧିକ ରହଥିବା କଥା ସାମ୍ନାକୁ ଆସିଥିଲା । ତାଙ୍କସହ ପୁଅ ଆକାଶ ପାଠକ ମଧ୍ୟ ସାମିଲ ଥିବା ଜଣାପଡ଼ିଥିଲା । ଏଯାବତ ବାପା ପୁଅଙ୍କ ଆକାଉଣ୍ଟରୁ ପ୍ରାୟ ୨୦ କୋଟି ଟଙ୍କା ଜବତ ହୋଇସାରିଛି । ପରେ ରାଜ୍ୟ ସରକାର ଅଭୟଙ୍କୁ ସସପେଣ୍ଡ କରିବା ସହ ଗିରଫ କରିଛନ୍ତି । ବର୍ତ୍ତମାନ ତାଙ୍କୁ ବାଧ୍ୟତା ମୂଳକ ଅବସର ଦେବାନେଇ କେନ୍ଦ୍ରକୁ ସୁପାରିସ କରିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0