ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ । ଏହାପରେ ସେ ବନ୍ୟା ସ୍ଥିତି ଓ ଉଦ୍ଧାର କାର୍ଯ୍ୟ ନେଇ ବରିଷ୍ଠ ଅଧିକାରମାନଙ୍କ ସହ ଆଲୋଚନା କରିବେ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ବନ୍ୟା ସ୍ଥିତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ମହାନଦୀ ଉପରମୁଣ୍ଡରୁ ପାଣି ପ୍ରବାହ କମିଛି । ଲଘୁଚାପ ଜନିତ ଭୀଷଣ ବର୍ଷା ଯୋଗୁଁ ରାଜ୍ୟରେ ସୁବର୍ଣ୍ଣରେଖା ,ବୁଢ଼ାବଳଙ୍ଗ, ବୈତରଣୀର ପ୍ରଭାବ ନାହିଁ । ବ୍ରାହ୍ମଣୀ ନଦୀ ବରୀରେ ଭୀଷଣ କ୍ଷତି କରିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର , କଟକ, ପୁରୀରେ ବନ୍ୟାର ପ୍ରଭାବ ରହିଛି ବୋଲି ସେ କହିଛନ୍ତି।
ତେବେ କିଛି ସ୍ଥାନରେ ଦୁର୍ବୃତ୍ତମାନେ ଘାଇ ସୃଷ୍ଟି କରିଥିବା ଅଭିଯୋଗ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଥିବା କହିଛନ୍ତି ମୁଖ୍ୟଶାସନ ସଚିବ। ସେହିପରି ମୁଣ୍ଡଳିରେ ୨୪ ଘଣ୍ଟା ପର୍ୟ୍ୟନ୍ତ ପାଣିର ପ୍ରବାହ ଅଧିକ ରହିବ । ସୋମବାର ଦିନ ୧୦ଟା କିମ୍ବା ୧୧ଟା ପରେ ପାଣି ଧୀରେ ଧୀରେ କମିବ । ଏହି ବନ୍ୟା ଯୋଗୁ ମହାନଦୀ ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ାର ୩ଟି ବ୍ଲକ, କଟକ, ଜଗତସିଂହପୁର, ପୁରୀ ଜିଲ୍ଲାର କିଛି ଅଞ୍ଚଳ ଜଳମଗ୍ନ ହୋଇପାରେ । ସମସ୍ତ ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ସତର୍କ ରହିଛନ୍ତି । ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି ନଦୀ ବନ୍ଧରେ । ଉଦ୍ଧାର କାର୍ୟ୍ୟ ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମ୍ ମୁତୟନ ରହିଛନ୍ତି । ମହାନଦୀ ବାଦ୍ ବାକି ସବୁ ନଦୀରେ ଜଳସ୍ତର କମିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0