spot_img

କାର ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ: ପୋଲିସ ଇନଫର୍ମର ସନ୍ଦେହରେ ଗାଡିକୁ ଜାଳିଦେଲେ କୋଇଲା ମାଫିଆ । ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏକ ହ୍ୟୁଣ୍ଡାଇ କାରକୁ ଜାଳିଦେଲେ କେଇଳା ମାଫିଆ । । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ପରିବିନ୍ଧା ମାରପୁର ଗାଁରେ । ଗତକାଲି ଆରପିଏଫ ପୋଲିସ ଇଚ୍ଛାପୁର ନିକଟରେ ରେଡ କରୁଥିବା ବେଳେ, କୋଇଲା ଚୋରି ହେଉଛି ବୋଲି ଉକ୍ତ ଗ୍ରାମର ପ୍ରତାପ ବେହେରାଙ୍କୁ ପଚାରିଥିଲେ । ସେ କୋଇଲା ଚୋରି ହେଉଥିବାର ଠିକଣା ପୋଲିସକୁ ଜଣାଇଥିଲେ । କୋଇଲା ମାଫିଆ ମାନେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ହ୍ୟୁଣ୍ଡାଇ କାରଟିକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା କହିଛନ୍ତି ପ୍ରତାପ। ଗାଡିକୁ ପେଟ୍ରୋଲ ଛାଟିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular