spot_img

ଆତ୍ମହତ୍ଯା ପରେ ବି ଚାଷୀ ପରିବାରକୁ ଅଣଦେଖା

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ବରପଦା ଗ୍ରାମର ଭାଗ ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଶାସନ ସ୍ୱିକାର କରିବା ଦାବିରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଲଗାଣ ବର୍ଷା ଓ ବନ୍ୟାରେ ଧାନ ଫସଲ କ୍ଷତିକୁ ସହ୍ୟ ନକରିପାରି ଗତ ମାସ ୧୧ ତାରିଖରେ ବରପଦା ଗ୍ରାମର ଭାଗ ଚାଷୀ ରମାକାନ୍ତ ମଲିକ ବିଲରେ ଥିବା ଏକ ବରଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ତାଙ୍କ ପରିବାରଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇ ନାହିଁ ।

ମୃତ ରମାକାନ୍ତଙ୍କ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ସରକାର ସ୍ୱିକାର କରିବା ସହ ମୃତ ଚାଷୀ ପରିବାରକୁ କ୍ଷତିପୂରଣ ବାବଦ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ଦାବିରେ ରାଷ୍ଟ୍ରିୟ କିଶାନ ମଜଦୁର ମହାସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ଆଜି ମହାସଙ୍ଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ଧାରଣା ରେ ମହାସଙ୍ଘର ସଭାପତି ସଚିନ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ବହୁ କୃଷକ ନେତାଙ୍କ ସମେତ ମୃତ ଚାଷୀ ରମାକାନ୍ତଙ୍କ ପରିବାର ଵର୍ଗ ଧାରଣା ଦେଇଥିଲେ । ରମାକାନ୍ତଙ୍କ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ସ୍ୱୀକାର ନକଲେ ଆସନ୍ତା ୧୪ ତାରିଖରେ ମହାସଂଘ କର୍ମକର୍ତାମାନେ ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular