ହିଞ୍ଜିଳି କାଟୁ: ଚିକିତ୍ସା ଅବହେଳାରୁ ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ । ସୂଚନା ଅନୁସାରେ, ଶେରଗଡ଼ ବ୍ଲକ୍ କାଚଖଣ୍ଡି ଗ୍ରାମର ସୁନୀତା ସେଠୀଙ୍କ ଶରୀର ହଠାତ ଅସୁସ୍ଥ ହୋଇଯାଇଥିଲା । ପରିବାର ସଦସ୍ୟ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହିଞ୍ଜିଳିକାଟୁ ସ୍ଥିତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର କୋଭିଡ ରିପୋଟ୍ ନେଗେଟିଭ ଆସିଲା ପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଥିଲା ।
ପରେ ପରେ ସେଠାରେ ସେ ପ୍ରାଣ ହରାଇଥିଲେ । କିନ୍ତୁ ଡାକ୍ତର ରୋଗୀକୁ ନ ଦେଖିଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ସେପଟେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା ଡାକ୍ତର କହିଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0