ବ୍ରହ୍ମପୁର: ତୈଳ ଦର ହ୍ରାସ ନହେଲେ ଫେବୃଆରୀ ୧୫ରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ କରାଯିବ। ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସମାବେଶରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏଥିସହ ତୈଳ ଦର କମାଇବାକୁ ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଦଳୀୟ ସମାବେଶରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ନିରଞ୍ଜନ ପେଟ୍ରୋଲ ଦର ଅତିକମରେ ୧୦ ଟଙ୍କା କମ କମାଇବାକୁ ଦାବି କରିଛନ୍ତି। ତୈଳ ଦର ନକମିଲେ ଫେବୃଆରୀ ୧୫ରେ ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ତୈଳ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଛନ୍ତି। ସମଗ୍ର ଦେଶରେ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ପାଖାପାଖି ଛୁଇଁଲାଣି। ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ଦିନକୁ ଦିନ ବୃଦ୍ଧି ପାଇ ୮୬.୯୬ ଟଙ୍କାରେ ପହଞ୍ଚିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0