spot_img

ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କଟକ-ଚାନ୍ଦବାଲି ରାସ୍ତା ଅବରୋଧ

ଆଳି: ସ୍ଥାନୀୟ ଅଞ୍ଚଳରେ ଦଳିତମାନେ ପୁଲିସ ଆକ୍ରୋଶର ଶିକାର ହେଉଥିବାର ଅଭିଯୋଗ ହେଉଛି। ପୁଲିସର ଏହି ଦମନଲୀଳା ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଆଜି ସକାଳ ୭ଟାରୁ କଟକ-ଚାନ୍ଦବାଲି ରାସ୍ତାକୁ ନିଆଳ ହାଟ ଛକରେ ଅବରୋଧ କରାଯାଇଛି। କଂଗ୍ରେସ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ୨୦୦ରୁ ଅଧିକ ପୁରୁଷ ଓ ମହିଳା କର୍ମୀ ରାସ୍ତା ଅବରୋଧ କରିଛନ୍ତି। ଏହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଛି । ଆଳି, ରାଜକନିକା ଦୁଇ ଥାନାରେ ପୁଲିସର ଶାସନ ବଦଳରେ ଶାସକଦଳର ନିର୍ଦେଶରେ କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ଦମନଲୀଳା ଚାଲିଛି ବୋଲି ଗତ ୨୬ ତାରିଖରେ କଂଗ୍ରେସ ଅଭିଯୋଗ ଉଠାଇ ଆନ୍ଦୋଳନ ଡାକରା ଦେଇଥିଲା। ପୁଲିସର ପକ୍ଷପାତିତା ବନ୍ଦ ନ ହେବାଯାଏ ଆନ୍ଦୋଳନ ଜାରି ରହିବ ବୋଲି ଦେବେନ୍ଦ୍ର ଶର୍ମା ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular