ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ ଜଣାଇଛି। ଦେଶର ୪୦ଟି କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ଓ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ୮ ତାରିଖ ଦିନ କୃଷକ ଭାଇମାନଙ୍କ ତରଫରୁ ଯେଉଁ ବନ୍ଦ ଡାକରା ଦିଆଯାଇଛି, ତାହାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଉଛି। କୃଷକମାନେ ହେଲେ ଆମର ଅନ୍ନଦାତା। ସେମାନେ ହେଲେ ଆମର ଅର୍ଥନୀତିର ମେରୁଦଣ୍ଡ। କୃଷି ଆଇନକୁ ବିରୋଧ କରି ସେମାନେ ଯେଉଁ ଦାବି କରୁଛନ୍ତି, ତାହା ଯଥାର୍ଥ। ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ଯେ ବନ୍ଦକୁ ସହଯୋଗ କରନ୍ତୁ।
ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ ପ୍ରାୟ ଏକ ସପ୍ତାହ ଧରି ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ସରକାର ଓ ଚାଷୀମାନଙ୍କ ମଧ୍ୟରେ ୫ଟି ପର୍ଯ୍ୟାୟରେ ଆଲୋଚନା ସରିଛି। ସରକାରୀ ଚାଷୀମାନଙ୍କୁ ମନାଇପାରି ନାହାନ୍ତି। ଫଳରେ ଅନ୍ଦୋଳନ ଜାରି ରହିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0