spot_img

ଅମିତାଭ୍‌ଙ୍କ ବଙ୍ଗଳା  କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷିତ, ସାନିଟାଇଜେସନ ପାଇଁ ପହଞ୍ଚିଲେ ବିଏମସି କର୍ମଚାରୀ

କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇ ସ୍ଥିତ ବାସଭବନ ଜଲସାକୁ କରାଯିବ ବିଶୋଧନ । ଏଥିପାଇଁ ମୁମ୍ୱାଇ ମହାନଗର ନିଗମର କର୍ମଚାରୀ ଓ ବିଶୋଧନ କରିବାକୁ ଆସିଥିବା ଟିମ୍ ବିଗ୍ ବିଙ୍କ ବାସଭବନ ଜଲସା ରେ ପହଁଚିଛନ୍ତି । ଗତକାଲି ବିଗ୍ ବିଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରଠାରୁ ତାଙ୍କର ଘରକୁ ବିଶୋଧନ କରାଯିବା ନେଇ ସୂଚନା ଆସିଥିଲା । ଆଜି ସକାଳେ ବିଏମସି କର୍ମଚାରୀ ଏଥିପାଇଁ ପ୍ରସ୍ତୁତି କରିଛନ୍ତି । ବିଶୋଧନ ସମୟରେ ସମସ୍ତ ସଦସ୍ୟ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ରହିଛି କଡା ନିର୍ଦ୍ଦେଶ । ଏଣୁ ସମସ୍ତ ବିଶୋଧକ ଟିମ୍ କିଟ୍ ସହିତ ପୁରା ସତର୍କତା ଅବଲଂବନ କରିଛନ୍ତି । ଚିନ୍ତାଜନକ କଥା ହେଉଛି ମୁମ୍ୱାଇର ଯେଉଁ ଅଂଚଳରେ ଅମିତାଭଙ୍କ ବାସଭବନ ଜଲସା ରହିଛି ସେହି ଅଂଚଳରୁ କେବଳ ୫ ହଜାର ୩ ଶହ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୩ ହଜାର ୬୧୪ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏହି ଅଂଚଳରେ କରୋନା ଆକ୍ଟିଭ୍ ସଂଖ୍ୟା ୧ ହଜାର ୧୪୫ ରହିଛନ୍ତି । ଏଣୁ କରୋନା ପ୍ରବଣ ଅଂଚଳରେ ଜଲସା ରହିଥିବାରୁ ଏହାକୁ ପ୍ରାଥମିକତା ଦେଇ ବିଶୋଧନ କରିବାକୁ ବ୍ୟବସ୍ଥା କରିଛି ମୁମ୍ୱାଇ ମହାନଗର ନିଗମ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular