spot_img

ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ, ଠିକାଦାର ସ୍କୁଲରେ ପକାଇଲେ ତାଲା

କେନ୍ଦୁଝର :୯ ମାସ ପରେ ଖୋଲିଲା ସ୍କୁଲ୍ ,ହେଲେ ପିଲାମାନେ ପାଠ ପଢି ପାରିଲେ ନାହିଁ l ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶଦୁରାପାଳ ବାଳିକା ବିଦ୍ୟାଳୟରେ l ବକେୟା ଟଙ୍କାକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର l ଏଥିପାଇଁ ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାରେ ବସିବାକୁ ବାଧ୍ୟ ହୋଇଥିଲେ l ଏହି ବିଦ୍ୟାଳୟରେ କୋଭିଡ୍ ସେଣ୍ଟର ହୋଇଥିବା ବେଳେ ୯ ଲକ୍ଷ ୧୯ ହଜାର ଟଙ୍କା ଅଦ୍ୟାବଧି ମିଳି ନ ଥିବା ଅଭିଯୋଗ କରି ଠିକାଦାର ସ୍କୁଲରେ ତାଲା ପକାଇଥିଲେ l କିନ୍ତୁ ତିନି ଘଣ୍ଟା ଛାତ୍ରି ବାହାରେ ବସିଥିଲେ ମଧ୍ୟ କୋଣସି ଅଧିକାରୀ ଙ୍କ ଦେଖା ନଥିଲା l ଏନେଇ ଘସିପୁରା ବିଡ଼ିଓ ଖବର ପାଇବା ପରେ ଫୋନଯୋଗେ ଯୋଗା ଯୋଗ କରି ଅତିଶୀଘ୍ର ବକେୟା ଟଙ୍କା ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ସ୍କୁଲର ତାଲା ଖୋଲିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular