କରୋନା ରୋଗୀଙ୍କ ପାଇଁ ଓଡ଼ିଶାକୁ ଆସିଲା ଔଷଧ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରା । ଓଡିଶାକୁ ରେମଡିସିଭର, ଫାବି ଫ୍ଲୁ ଭଳି,ଡେକ୍ସାମେଥାସୋନ ଔଷଧ କିଛି ମେଡିକାଲକୁ ଆସିସାରିଥିବା ସେ କହିଛନ୍ତି । ସେହିପରି ଡ୍ରଗ କଂଟ୍ରୋଲର ମାମିନା ପଟ୍ଟନାୟକ କହିଛନ୍ତି ଆଜି ଓଡ଼ିଶାରେ ପହଂଚିବ ଫାବି ଫ୍ଲୁ ଔଷଧର ୧୨ଶହ ଷ୍ଟ୍ରିପ । ରୋଗୀଙ୍କ ମତାମତ ନେଇ ମାଇଲ୍ଡ ଟୁ ମୋଡରେଟ ଅର୍ଥାତ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯିବ ।

ସେହିପରି ରେମଡେସିଭିର ଔଷଧ ମୋଡରେଟ ଟୁ ସିଭିୟର ଅର୍ଥାତ ମଧ୍ୟମରୁ ଅଧିକ ଲକ୍ଷଣ ଥିବା ରୋଗୀଙ୍କୁ ରେମଡେସିଭିର ଔଷଧ ଦିଆଯିବ । ଡାକ୍ତରୀ ଦଳର ପରାମର୍ଶରେ ରୋଗୀଙ୍କୁ ଏହି ଔଷଧ ଦିଆଯିବ । ତେବେ ଡେକ୍ସାମେଥାସୋନ ରାଜ୍ୟରେ ପଚୁର ପରିମାଣରେ ମହଜୁଦ ରହିଛି । ୨ଲକ୍ଷ ଟାବଲେଟ ଓ ୨ଲକ୍ଷ ଇଞ୍ଜେକସନ ଅଛି ।
ରେମଡେସିଭିରର କ୍ଲିନିକାଲ ପରୀକ୍ଷଣ ପରେ ଜଣାପଡିଛି ଯେ ଆକ୍ରାନ୍ତଙ୍କୁ ସଂକ୍ରମଣରୁ ମୁକ୍ତ କରିବାର ସମୟ ସୀମା ପ୍ରାୟ ୫ଦିନ କମି ଯାଇଛି । ଅନ୍ୟ ଚିକିତ୍ସାରେ ୧୫ଦିନରେ ରୋଗୀ ଭୂତାଣୁ ମୁକ୍ତ ହେଉଥିବା ବେଳେ ରେମଡେସିଭିର ନେଇଥିବା ଆକ୍ରାନ୍ତ ହାରାହାରି ୧୧ଦିନରେ ସୁସ୍ଥ ହେଉଥିବା ଦେଖିବାକୁ ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0