spot_img

କରୋନା ସଂକ୍ରମିତ ମାଆଙ୍କ ଠାରୁ ଜନ୍ମ ନେଲେ ନିରୋଗ ଶିଶୁ

ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମରେ ସ୍ଥିତି ଅସମ୍ଭାଳ ହୋଇ ପଡିଲାଣି । ଆଜି ଗୋଟିଏ ଦିନରେ ଗଞ୍ଜାମରେ ୨୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ କରୋନା ସଂକ୍ରମିତ ମାଆଙ୍କ ଠାରୁ ଜନ୍ମ ହୋଇଛନ୍ତି ନିରୋଗ ଶିଶୁ । ଏହି କରୋନା ସମୟରେ ଗଞ୍ଜାମ ଜିଲ୍ଲାର କୋଭିଡ୍ ଡାକ୍ତରଖାନା ଗୁଡିକରେ ୩୨ ଜଣ କରୋନା ସଂକ୍ରମିତ ମାଆଙ୍କ ଠାରୁ ୫୭ ଜଣ ସୁସ୍ଥ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ ଶିଶୁ ମାନଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି । କୋଭିଡ୍ ଡାକ୍ତରଖାନା ଗୁଡିକରେ ପ୍ରସବ ପାଇଁ ଭର୍ତି ହୋଇଥିବା ସମୟରେ ମହିଳାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ତେବେ ସେମାନଙ୍କ ଠାରୁ ଜନ୍ମିତ ୫୭ଜଣ ଶିଶୁ ଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଜନ୍ମିତ ଶିଶୁଙ୍କ ମଧ୍ୟରୁ ୧୬ଜଣ ଲେଖାଏଁ ଶିଶୁପୁତ୍ର ଓ ଶିଶୁ କନ୍ୟା ରହିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular