spot_img

କରୋନାରେ ସଂକ୍ରମିତ ହେଲେ ଗୌତମ ଗୁଲାଟି

ନୂଆଦିଲ୍ଲୀ : ବିଗ ବସ-୮ ର ବିଜେତା ଗୌତମ ଗୁଲାଟି ଦିଲ୍ଲୀରେ ହୋଟେଲ ବ୍ୟବସାୟ ଆରମ୍ଭ କରିଛନ୍ତି। ଶୋ’ ପରେ ଗୌତମ ଗୁଲାଟି ଫିଲ୍ମ ‘ବେହେନ ହୋଗୀ ତେରି’ରେ ନଜର ଆସିଥିଲେ।

ମନୋରଞ୍ଜନ ଜଗତରୁ ଅନେକ ଖବର ସାମ୍ନାକୁ ଆସିଥିଲେ ଯେଉଁଥିରେ ଅନେକ କଳାକାର କରୋନାରେ ସଂକ୍ରମିତ ହୋଇଥିଲେ। ଏହି ତାଲିକାରେ ଆଉ ଏକ ନାଁ ସାମିଲ ହୋଇଛି। ବିଗ୍ ବସ୍ ବିଜେତା ଗୌତମ ଗୁଲାଟି କରୋନାରେ ସଂକ୍ରମିତ ହୋଇଛନ୍ତି। ଗୌତମ ଗୁଲାଟି ବର୍ତ୍ତମାନ ଲଣ୍ଡନରେ ଅଛନ୍ତି ଏବଂ ସେଠାରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ସେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ଗୌତମ ଆଇସୋଲେସନ ସେଣ୍ଟରର ଏକ ଫଟୋ ପୋଷ୍ଟ କରିଛନ୍ତି। କରୋନାରେ ସଂକ୍ରମିତ ହେବାପରେ ଗୌତମ ଭାବୁକ ହୋଇ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ‘ହଠାତ ମୋତେ ଖାଇବାର କିଛି ସ୍ୱାଦ ଜଣାପଡ଼ିନଥିଲା। ଏଥିରୁ ମୁଁ ଜାଣିପାରିଥିଲି ଯେ ମୁଁ କୋଭିଡର ଶିକାର ହୋଇଛି।’

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular