spot_img

କରୋନା ବଢାଇଲା ପରିବା ଚିନ୍ତା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାରେ କରୋନା ସ୍ଥିତି ବର୍ତ୍ତମାନ ସଙ୍ଗୀନ ହୋଇପଡିଛି । ପ୍ରତିଦିନ ଶହଶହ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ସଙ୍କଟ ବଢୁଛି । ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଠାରୁ ଛତିଶଗଡ ସୀମାକୁ ସିଲ କରାଯାଇଛି । ରାତ୍ରିକାଳୀନ କର୍ଫୁ୍ୟ,ସାପ୍ତାହିକ ବଜାର ବନ୍ଦ ସହ ସପ୍ତାହାନ୍ତ ସଟଡାଉନ କରାଯାଇଛି । ଅନ୍ୟପଟେ କରୋନା କାଳରେ ଏହାର ସିଧା କୁ ପ୍ରଭାବ ପଡିଛି ପରିବା ଚାଷୀଙ୍କ ଉପରେ ।

ବର୍ତ୍ତମାନ ପ୍ରଚୁର ପରିମାଣରେ ପନିପରିବା ଉତ୍ପାଦନ ହେଉଥିବାବେଳେ ବିକ୍ରିପାଇଁ ବଜାରର ଅଭାବ ଦେଖାଦେଇଛି । ଏପଟେ ପନିପରିବା ବାଡରୁ ନ କାଢିଲେ ନଷ୍ଟ ହୋଇଯିବ । ଚାଷୀ ବାଧ୍ୟ ହୋଇ କମଦାମରେ ପନିପରିବା ବିକ୍ରି କରୁଛନ୍ତି । ଛତିଶଗଡର ବଜାର ଉପରେ ନବରଙ୍ଗପୁର ଚାଷୀଙ୍କ ପନିପରିବା ବିକିବା ମୁଖ୍ୟତ ନିର୍ଭର କରିଥାଏ । ଛତିଶଗଡର ଅନେକ ଅଂଚଳ କରୋନା ପାଇଁ ବନ୍ଦ ରହିବା ଫଳରେ ନବରଙ୍ଗପୁର ପରିବା ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବଂ ଉତ୍ପାଦିତ ଫସଲ ବିକ୍ରି ନହୋଇ ବାଡରେ ପଡିରହିଛି ,ସ୍ଥାନୀୟ ବଜାର ମଧ୍ୟ ବହୁତ ଛୋଟ ହୋଇଥିବା ଯୋଗୁ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular