spot_img

ଦେଶରେ ବୃଦ୍ଧି ପାଉଛି କରୋନା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଯେଉଁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି, ସେହି ପରିମାଣରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪.୮୮ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟାରେ ମୋଟ ୮୬ ହଜାର ୯୬୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାହା ସହିତ ୧୧୩୦ ଜଣଙ୍କର ମହାମାରୀ କରୋନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୬ ଲକ୍ଷ ୩୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ଲକ୍ଷ ୩ ହଜାର ୨୯୯ ଜଣ କରୋନା ଆକ୍ରାନ୍ତ ଏବେ ମଧ୍ୟ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତର ଆରୋଗ୍ୟ ହାର ସମଗ୍ର ବିଶ୍ୱରେ ସର୍ବାଧିକ । କରୋନା ଆରୋଗ୍ୟ ହାରରେ ବିଶ୍ୱର ଶୀର୍ଷ ସ୍ଥାନରେ ରହିଛି ଭାରତ । ଗତ ୩ ଦିନ ହେବ ଭାରତରେ ଆରୋଗ୍ୟଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି । ଅନ୍ୟପଟେ ଦେଶରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ହୋଇନି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ସ୍ପଷ୍ଟ କରି କହିଛନ୍ତି । ଗତ ରବିବାର ଏକ ସୋସିଆଲ ମିଡ଼ିଆ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ବିଷୟରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular