spot_img

ରାଜ୍ୟରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୯ ଶହ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୯ଶହ ୯୬ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୬୩୭ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୫୪ ଜଣ, ପୁରୀରୁ ୨୭୯ ଜଣ, ରାୟଗଡ଼ାରୁ ୧୦୫ ଜଣ, ଭଦ୍ରକରୁ ୧୧୨ଜଣ, ମୟୂରଭଞ୍ଜରୁ ୧୬୦ ଜଣ, ସୁନ୍ଦରଗଡ଼ରୁ ୮୮ ଜଣ, ବରଗଡ଼ରୁ ୯୭ ଜଣ, କେନ୍ଦୁଝରରୁ ୬୦ ଜଣ, ଗଞ୍ଜାମରୁ ୮୯ ଜଣ, ନବରଙ୍ଗପୁରରୁ ୧୫୧ ଜଣ, କେରାପୁଟରୁ ୯୩ ଜଣ, ସମ୍ବଲପୁରରୁ ୯୧ ଜଣ, ନୟାଗଡ଼ରୁ ୭୭ ଜଣ, ସୁବର୍ଣ୍ଣପୁରରୁ ୯୧ ଜଣ, ଜଗତସିଂହପୁରରୁ ୧୨୨ ଜଣ, ଅନୁଗୁଳରୁ ୧୩୮ ଜଣ, କେନ୍ଦ୍ରାପଡ଼ାରୁ ୧୩୦ ଜଣ, ବୌଦ୍ଧରୁ ୩୯ ଜଣ, ବଲାଙ୍ଗିରରୁ ୧୨୪ ଜଣ, ନୂଆପଡ଼ାରୁ ୧୦୩ ଜଣ, ଝାରସୁଗୁଡ଼ାରୁ ୭୯ ଜଣ, କଳାହାଣ୍ଡିରୁ ୫୮ ଜଣ, କନ୍ଧମାଳରୁ ୪୭ ଜଣ, ଦେବଗଡ଼ରୁ ୧୦ ଜଣ, ଯାଜପୁରରୁ ୧୧୯ ଜଣ, ଢ଼େଙ୍କାନାଳରୁ ୮୭ ଜଣ, ଗଜପତିରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୪୭ ଜଣ ଓ ବାଲେଶ୍ୱରରୁ ୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular