ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୧ ଶହ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୧ ଶହ ୮୯ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୭୩୬ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୫୮୬ ଜଣ, ପୁରୀରୁ ୨୬୫ ଜଣ, ରାୟଗଡ଼ାରୁ ୨୯ଜଣ, ଭଦ୍ରକରୁ ୩୪ ଜଣ, ମୟୂରଭଞ୍ଜରୁ ୧୭୪ ଜଣ, ସୁନ୍ଦରଗଡ଼ରୁ ୨୦୧ ଜଣ, ବରଗଡ଼ରୁ ୧୧୪ ଜଣ, କେନ୍ଦୁଝରରୁ ୩୩ ଜଣ, ଗଞ୍ଜାମରୁ ୩୫ ଜଣ, ନବରଙ୍ଗପୁରରୁ ୭୫ ଜଣ, କେରାପୁଟରୁ ୬୩ ଜଣ, ସମ୍ବଲପୁରରୁ ୧୧୩ ଜଣ, ନୟାଗଡ଼ରୁ ୮୨ ଜଣ, ସୁବର୍ଣ୍ଣପୁରରୁ ୯୦ ଜଣ, ଜଗତସିଂହପୁରରୁ ୧୦୪ ଜଣ, ଅନୁଗୁଳରୁ ୧୦୭ ଜଣ, କେନ୍ଦ୍ରାପଡ଼ାରୁ ୧୨୬ ଜଣ, ବୌଦ୍ଧରୁ ୭୭ ଜଣ, ବଲାଙ୍ଗିରରୁ ୧୧୪ ଜଣ, ନୂଆପଡ଼ାରୁ ୫୮ ଜଣ, ଝାରସୁଗୁଡ଼ାରୁ ୮୪ ଜଣ, କଳାହାଣ୍ଡିରୁ ୧୦୫ ଜଣ, କନ୍ଧମାଳରୁ ୭୪ ଜଣ, ଦେବଗଡ଼ରୁ ୧୨ ଜଣ, ଯାଜପୁରରୁ ୧୮୭ ଜଣ, ଢ଼େଙ୍କାନାଳରୁ ୫୪ ଜଣ, ଗଜପତିରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୭୨ ଜଣ ଓ ବାଲେଶ୍ୱରରୁ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0