spot_img

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩, ୨୦୯ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩,୨୦୯ଟି କରୋନା ନମୁନା ପରୀକ୍ଷା ହୋଇଛି । ଆରଟିପିସଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ନମୁନା ପରୀକ୍ଷା କରାଯାଇଥିଲା । ଆରଟିପିସଆରରେ ୭,୨୯୫, ଆଣ୍ଟିଜେନ ୫୫,୭୮୦ ଏବଂ ଟ୍ରୁନଟ ପଦ୍ଧତିରେ ୧୩୪ଟି କରୋନା ପରୀକ୍ଷା କରାଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮,୪୫୧ଟି କରୋନା ନମୁନା ପରୀକ୍ଷା ହୋଇଛି । କେନ୍ଦ୍ରାପଡା ଜିଲ୍ଳାରେ ୮,୨୪୩ଟି, ଗଞ୍ଜାମ ଜିଲ୍ଳାରେ ୮,୧୨୨, କେନ୍ଦୁଝର ଜିଲ୍ଲାରେ ୫,୪୧୨, ପୁରୀ ଜିଲ୍ଲାରେ ୨,୩୦୪, ଯାଜପୁର ଜିଲ୍ଲାରେ ୧,୮୭୭, ନବରଙ୍ଗପୁର ଜିଲ୍ଲାରେ ୧,୫୩୦, ନୟାଗଡ ଜିଲ୍ଲାରେ ୧,୧୭୬, ଝାରସୁଗୁଡାରେ ୧,୩୫୫ ଓ କନ୍ଧମାଳରେ ୧,୦୨୦ଟି କରୋନା ନମୁନା ପରୀକ୍ଷା ହୋଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular