ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ରେର୍କଡ଼ ୫୩ ହଜାର ୧୫ ନମୁନା ପରୀକ୍ଷା ହୋଇଛି । ଏଥି ମଧ୍ୟରୁ ୪୭ ହଜାର ୮୩୪ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ଆରଟିପିସଆର ଟେଷ୍ଟ ହୋଇଛି ୫ ହଜାର୬୮ । ଆଉ ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ସଂକ୍ରମଣ କମୁଛି । ବିଶେଷକରି ପ୍ରଥମ ଗଞ୍ଜାମ ଜିଲ୍ଲା ଚିନ୍ତା ବଢ଼ାଇଥିବାବେଳେ ଏବେ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଏବେ ଖୋର୍ଦ୍ଧା ,କଟକ, ସୁନ୍ଦରଗଡ଼ ଓ ରାୟଗଡ଼ ଜିଲ୍ଲାରେ କୋଭିଡ଼ ନିୟନ୍ତ୍ରଣ ପାଇଁ ଅଂଚଳଭିତିକ ରଣନୀତି ପାଇଁ ସ୍ଥିର କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ଏହି ଜିଲ୍ଲାଗୁଡ଼ିକୁ ଅଧିକ ଫୋକସ କରିବା ସହ ସଂକ୍ରମିତ ହାର ହ୍ରାସ କରିବା ପାଇଁ କହିଛନ୍ତି ।
ସେପଟେ କୋଭିଡ ମୃତ୍ୟୁହାର କମିବା ପାଇଁ ରାଜ୍ୟରେ ଗଠନ ହେଲା ବୈଷୟିକ କମିଟି । ୭ଟି ମେଡିକାଲ କଲେଜର ପ୍ରଫେସରଙ୍କୁ ନେଇ ଏହି ବୈଷୟିକ କମିଟି ଗଠନ କରାଯାଇଛି । ଏସସିବି,ଏମକେସିଜି, ବୁର୍ଲା, ବିବି ମେଡିକାଲ କଲେଜ, ଏଫଏମ, କୋରାପୁଟ ମେଡିକାଲ ଓ ପିଆରଏମ ମେଡିକାଲ । ଏହି କମିଟି ୩୦ଟି ଜିଲ୍ଲାରେ ମେଡିକାଲ ପରିଦର୍ଶନ କରିବେ । ଜିଲ୍ଲା ବୁଲିବା ସହ ଡାକ୍ତରଙ୍କୁ ମାର୍ଗଦର୍ଶନ ଦେବେ । ଏହା ପରେ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବେ ଏହି ବୈଷୟିକ କମିଟି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0