ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗାଡିବାରେ ଲାଗିଛି । ଗତ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଭିତରେ ରହୁଥିବା ବେଳେ ଆଜି ୭୫ ହଜାର ପାର କରିଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୫ହଜାର ୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ୨୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩,୧୦,୧୩୪ ଜଣ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫,୨୩,୭୭୧ ଜଣ ସୁସ୍ଥ ହୋଇଛନ୍ତି । ଦିନକରେ ଜଣାପଡିଥିବା ୭୫,୭୬୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୫,୯୯୧ ରହିଛି । ସେପଟେ ଦିନକରେ ୧,୦୨୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତେବେ ଦିନକୁ ଦିନ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଉଥିବା ବେଳେ ଗତକାଲି ସୁସ୍ଥତା ହାର ୭୬ ପ୍ରତିଶତ ରହିଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0