spot_img

୨୨୫ ଟଙ୍କାରେ ମିଳିବ କରୋନା ଭ୍ୟାକସିନ୍‌

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟାବୃଦ୍ଧି ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଛି । ଏପରି ପରିସ୍ଥିତିରେ କୋଭିଡ଼୍ ଟିକାର ପରୀକ୍ଷଣ ଉପରେ ସମସ୍ତଙ୍କର ଆଶା ଆଉ ବିଶ୍ୱାସ ରହିଛି । ଅକ୍ସଫୋର୍ଡ ୟୁନିଭରସିଟି ଭ୍ୟାକ୍ସିନର ମାନବ ପରୀକ୍ଷଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଇଂରାଜୀ ଖବର କାଗଜ ଇକୋନୋମିକ୍ ଟାଇମ୍‌ସ ଅନୁସାରେ ଭାରତର ଗରିବ ଓ ମଧ୍ୟମ ବର୍ଗୀୟ ବ୍ୟକ୍ତିଙ୍କୁ ଏହା ମାତ୍ର ୨୨୫ ଟଙ୍କାରେ ମିଳିବ । ଦୁନିଆରେ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ଭିତରେ ଆମେରିକାର ମଡର୍ଣ୍ଣା , ରୁଷ୍ ଓ ଅକ୍ସଫୋର୍ଡ ୟୁନିଭରସିଟି ଆଦି ପ୍ରମୁଖ । ବିଶ୍ୱର ଭ୍ୟାକ୍ସିନ୍ ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରସିଦ୍ଧ ସିରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭରସିଟିର ଭ୍ୟାକ୍ସିନ୍ ପାର୍ଟନର ଅଛି । ସେଠାରେ କରୋନା ଭ୍ୟାକ୍ସିନର ସଫଳ ପରୀକ୍ଷଣ ପରେ ସିରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ଏହାର ଉତ୍ପାଦନ କରିବ । ଭାରତରେ ଏହା କୋଭିଡ଼୍ ସିଲ୍ଡ୍ ନାମରେ ଜଣାଯିବ ବୋଲି ସିରମ୍‌ର ସିଇଓ ଅଦର ପୁନାୱାଲା କହିଥିଲେ । ଏହାର ମୂଲ୍ୟ ପ୍ରାୟ ଏକ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏବେ ଏହା ଭାରତରେ ମାତ୍ର ୨୨୫ ଟଙ୍କାରେ ଉପଲବ୍ଧ ହେବ ।

serum institute

ଗେଟ୍‌ସ ଫାଉଣ୍ଡେସନ୍ ଭ୍ୟାକ୍ସିନ୍ ଉତ୍ପାଦନ ପାଇଁ ପ୍ରାୟ ୧୫୦ ମିଲିଅନ୍ ଡଲାର ପ୍ରଦାନ କରିଛି । ତେଣୁ ସିରମ୍ କମ୍ପାନୀକୁ ବିନିର୍ମାଣ କର କମ୍ କରିବାକୁ ସାହାଯ୍ୟ ମିଳିବ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଭାରତରେ ଗତ ସପ୍ତାହରେ ଫେଜ୍ ୨ ଓ ଫେଜ୍ ୩ ପରୀକ୍ଷଣ ଆରମ୍ଭ କରିବାକୁ ଅନୁମତି ମିଳିଥିଲା । ନୋଭାକ୍ସିନ୍ ପରୀକ୍ଷଣ ପାଇଁ ଅନୁମତି ମିଳିବା ବାକି ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular