ଥାଇଲାଣ୍ଡରେ ପୁଣି ଥରେ ବ୍ୟାପିବାରେ ଲାଗିଛି ମହାମାରୀ କରୋନା । ବର୍ତ୍ତମାନ ପୁନର୍ବାର ଥାଇଲାଣ୍ଡରେ ସ୍ଥାନୀୟ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ପ୍ରାୟତଃ ୬୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହି ସ୍ଥାନୀୟ ସଂକ୍ରମଣ କିପରି ଓ କାହାଦ୍ୱାରା ବ୍ୟାପୁଛି ତାହା ବର୍ତ୍ତମାନ ଥାଇଲାଣ୍ଡ ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏହି ସ୍ଥାନୀୟ ସଂକ୍ରମଣ ଦୀର୍ଘ ୩ ମାସ ପରେ ଦେଖିବାକୁ ମିଳିଛି ।

ଏକ ୩୭ ବର୍ଷୀୟ ଯୁବକ ଡ଼୍ରଗ୍ସ ମାମଲାରେ ଗିରଫ ହେବା ପରେ ଏହି ମାମଲା ସାମ୍ନାକୁ ଆସିଲା । ସେ ଯୁବକଙ୍କର କରୋନା ଟେଷ୍ଟ କରିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା ଓ ସେହି ଯୁବକ ଜଣକ ବେଙ୍କକର ତିନୋଟି ଅଲଗା ଅଲଗା ଜାଗାରେ ନାଇଟ କ୍ଲବର ଡ଼ିଜେ କାମ କରନ୍ତି ଏବଂ କୋର୍ଟର ଶୁଣାଣି ହେବା ପୂର୍ବରୁ ସେ ପ୍ରାୟତଃ ୧୨ ଜାଗା ଯାଇ କାର୍ଯ୍ୟକ୍ରମ କରି ସାରିଥିଲେ । ଏହି ଯୁବକ ସଂପର୍କରେ ଆସିଥିବା ୫୬୯ ଲୋକଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏଥି ମଧ୍ୟରୁ ଅଧିକାଂଶ ଲୋକଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୩୨ ଲୋକଙ୍କ ରିପୋର୍ଟ ଆସିବା ବାକି ଅଛି । ଏହା ସହିତ ଥାଇଲାଣ୍ଡ ସରକାର ୪୦୦ ଲୋକଙ୍କୁ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0