spot_img

କଟକରେ କମିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

କଟକ ସହରରେ ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ସର୍ଭେ କରାଯାଉଛି । ସେହିଭଳି ସଂକ୍ରମଣର ଲକ୍ଷଣ ଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷା କରାଯାଉଛି । କଟକ ମହାନଗର ନିଗମ କମିସନର ଅନନ୍ୟା ଦାଶ ଆଜି ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦାଶ କହିଛନ୍ତି, କଟକରେ ଏବେ ତାଲାବନ୍ଦ ଜାରି ଥିବା ବେଳେ, ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ହେଉଛି ।

ସିଏମସି କମିସନର ଶ୍ରୀମତୀ ଦାଶ କହିଛନ୍ତି, କଟକରେ ଆଣ୍ଟିଜେନ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି । ସେହିଭଳି କରୋନା ମୁକାବିଲା ପାଇଁ ଏସସିବିରେ ଅଧିକ ଅସ୍ଥାୟୀ ଓପିଡି ପାଇଁ ଯୋଜନା କରାଯାଉଛି । ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ପାଇଁ ୩ଟି କୋଭିଡ କେୟାର ସେଣ୍ଟର କରାଯାଉଛି । ଏହା ଗୋପାଳପୁର, ବିଦ୍ୟାଧରପୁର ଓଏଟି କାର୍ୟ୍ୟାଳୟ ଠାରେ ଖୋଲାଯିବ । ଲୋକେ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular