ନୂଆଦିଲ୍ଲୀ : ୨୪ ଘଣ୍ଟାରେ ଦେଶରେ ୭୮ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ଟପିଯାଇଛି। ଆରୋଗ୍ୟଙ୍କ ସଂଖ୍ୟା ୨୯ ଲକ୍ଷ ଟପିବା ସହ ଆରୋଗ୍ୟ ହାର ୭୬.୯୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧.୦୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହା ସହ ମୃତ୍ୟୁସଂଖ୍ୟା ୬୬ ହଜାର ୩୩୩କୁ ବୃଦ୍ଧି ପାଇଛି। ତେବେ ଦେଶରେ ସକ୍ରିୟ ମାମଲା ଗତ କିଛି ସପ୍ତାହ ମଧ୍ୟରେ ବୃଦ୍ଧି ପାଇଛି। ସକ୍ରିୟ ମାମଲା ୮ ଲକ୍ଷ ଟପିଯାଇଛି। ସକ୍ରିୟ ମାମଲା ୭ ଲକ୍ଷରୁ ୮ ଲକ୍ଷ ହେବାପାଇଁ ୧୧ ଦିନ ଲାଗିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୬ ଲକ୍ଷରୁ ୭ ଲକ୍ଷ ହେବାପାଇଁ ୧୫ ଦିନ ଲାଗିଥିଲା। ଗତ ସପ୍ତାହରେ ଦେଶରେ ସକ୍ରିୟ ମାମଲା ବୃଦ୍ଧି ପାଇଛି।



Visitors Today : 1
Total Visitors : 130430
Total Views : 9891961
Visitors Online Now : 0