ଦେଶରେ ପୁଣି ଦିନକରେ ୩୦ରୁ ୪୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୭୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୯୯ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୭୮୫ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମାର୍ଚ୍ଚ ମାସର ମଧ୍ୟଭାଗ ଠାରୁ ଲାଗାତାର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏକ କୋଟି ୧୧ ଲକ୍ଷ ୮୧ ହଜାର ୨୫୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ଏବଂ ଏକ ଲକ୍ଷ ୬୦ ହଜାର ୧୬୬ ଜଣଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଦେଶରେ ୩ ଲକ୍ଷ ୪୫ ହଜାର ୩୭୭ ଆକ୍ଟିଭ କେସ୍ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0