ଭୁବନେଶ୍ୱର: ବିଭିନ୍ନ ଜେଲରେ ବହୁ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାହା ଏବେ ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲୋଟିଛି । ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ଗୃହ ବିଭାଗ ଜାରି କରଛି ନୂଆ ଏସଓପି ।
ଏହି ଏସଓପି ଅନୁଯାୟୀ କୋର୍ଟରେ ହାଜର ହେବା ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ଼ ପରୀକ୍ଷା କରାଯିବ । ସେହିପରି ରିମାଣ୍ଡରେ ଅଣାଯିବା ପୂର୍ବରୁ ମଧ୍ୟ ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଯିବ । ଯଦି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ତୁରନ୍ତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । କରୋନାରୁ ସୁସ୍ଥ ହେବା ପରେ ହିଁ ଜେଲକୁ ସ୍ଥାନାନ୍ତରିତ ହୋଇପାରିବେ । ନେଗେଟିଭ ରିପୋର୍ଟ ଥିବା ଅଭିଯୁକ୍ତଙ୍କୁ ଜେଲ ଭିତରକୁ ନିଆଯାଇପାରିବ । ଏହା ବ୍ୟତୀତ ଜେଲକୁ ନୂଆ ଆସୁଥିବା ଅଭିଯୁକ୍ତଙ୍କର ନେଗେଟିଭ ରିପୋର୍ଟ ଦାଖଲ ହେବା ଆବଶ୍ୟକ । ଜେଲ ଭିତରେ ସଂକ୍ରମଣ ନ ବ୍ୟାପିବା ପ୍ରତି ଜେଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0