୨୦ରୁ ଶୀତ ଅଧିବେଶନ ଆରମ୍ଭ । ଏହା ପୂର୍ବରୁ ମଙ୍ଗଳବାରଠାରୁ ବିଧାନସଭାରେ ୩ ଦିନ ଧରି ହେବ କୋଭିଡ ଟେଷ୍ଟ୍ । ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ସାମ୍ୱାଦିକଙ୍କ କୋଭିଡ ପରୀକ୍ଷା କରାଯିବ । ଏଥିପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଏମସି ସବୁପ୍ରକାର ବ୍ୟବସ୍ଥା କରୁଛି । ସକାଳ ସାଢ଼େ ୮ଟାରୁ ବିଧାନସଭା ପରିସରରେ କୋଭିଡ ଟେଷ୍ଟ ହେବ । ୧୯ ତାରିଖ ଯାଏଁ କୋଭିଡ ଟେଷ୍ଟ ହେବ । ଅନ୍ୟପଟେ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ସକାଳ ୧୧ଟାରେ ବସିବ ବୈଠକ ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1