spot_img

ଜାନୁଆରି ୧୬ରୁ ଦେଶରେ ଆରମ୍ଭ ହେବ ଟିକାକରଣର

ନୂଆଦିଲ୍ଲୀ: ଜାନୁଆରି ୧୬ଠାରୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣ। ଏବେ ଟିକାକରଣ ନେଇ ଦେଶରେ ଡ୍ରାଏ ରନ ଚାଲିଥିବା ବେଳେ ଜାନୁଆରି ୧୬ଠାରୁ ଲୋକଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଭାରତ ସରକାର। ପ୍ରଥମ ପର୍ୟ୍ୟାୟରେ ୩କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ ବୋଲି ଜଣାପଡ଼ିଛି। ଏହା ପରେ ପରେ ୫୦ବର୍ଷରୁ ଉର୍ଦ୍ଧ୍ବ ଏବଂ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିବା ୫୦ବର୍ଷରୁ କମ ବର୍ଷର ୨୭କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି ଆଜି ସରକାର ଘୋଷଣ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଡକାଇଥିାଲ, ଯେଉଁଥିରେ ଟିକାକରଣ ଅଭିଯାନ ଆରମ୍ଭ ନେଇ ତାରିଖ ଘୋଷଣା କରାଯାଇଛି।ଏହା ପୂର୍ବରୁ ଟିକାକରଣ ନେଇ ସରକାର ଦୁଇଟି କରୋନା ଟିକାକୁ ଅନୁମତି ଦେଇଥିଲେ। ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନର ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ଏହା ପରେ ଦେଶରେ ଡ୍ରାଏ ରନ ଆରମ୍ଭ ହୋଇଥିଲା। ଡ୍ରାଏ ରନ ଶେଷ ହୋଇ ଆସିଥିବା ବେଳେ ସରକାର ଆଜି ଟିକାକରଣର ତାରିଖ ଘୋଷଣା କରି ଖୁସି ଖବର ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular